ବର୍ତ୍ତମାନ ଅନେକ ସମୟରେ ଲଗାତାର ଭାବେ ରାଜଧାନୀ ରାଜ ରାସ୍ତାରେ ମୋ ବସ୍ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ନିକଟରେ ଏକ ୧୩ ବର୍ଷ ନାବାଳିକାର ଜୀବନ ଯାଇଥିଲା ।ଏହାକୁ ନଜରରେ ରଖି ବର୍ତ୍ତମାନ ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସହରରେ ଚାଲୁଥିବା ସରକାରୀ ବସ ୪୦ କିମି ବେଗରୁ ଅଧିକ ସ୍ପିଡ଼ରେ ଚାଲିପାରିବ ନାହିଁ ଏବଂ ସହର ବାହାରେ ଗାଡ଼ିର ବେଗ ୫୦ କିମି ରହିବ ବୋଲି ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବା ଅଭିଯୋଗ ହୋଇଛି ।
ଏହାକୁ ନେଇ ଦିନକୁ ୩ ଥର ଟେଷ୍ଟ କରାଯାଉଛି । ଏହି ପ୍ରକ୍ରିୟା ଭିତରେ ୩ ରୁ ୪ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ତାଙ୍କୁ ବରଖାସ୍ତ କରାଯାଇଛି । ବାକି ଅନ୍ୟାନ କଥାକୁ ଗୁରୁତ୍ୱ ଦିଆଯାଉଛି । ଯେହେତୁ ଭିଡ଼ ହେଉଛି, ସେଥିପାଇଁ କେଉଁଠି ନା କେଉଁଠି ତ୍ରୁଟି ରହୁଛି, ଏହାକୁ ଅନୁଧ୍ୟାନ କରି ଖୁବଶୀଘ୍ର ଏହାର ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।ଅନ୍ୟପଟେ, ଆଜି ମଧ୍ୟ ମୋ ବସ୍ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଆଜି ସକାଳେ କଟକରେ ଜଣେ ବ୍ୟବସାୟୀଙ୍କୁ ଧକ୍କା ଦେଇଥିଲା ମୋ ବସ୍ ।