‘ମୋ ସ୍କୁଲ’ ନାମ ପରିବର୍ତ୍ତନ ନେଇ ତେଜିଲା ରାଜନୀତି । ବିରୋଧୀ ବିଜେଡି କହିଛି, ବିଜେପି ସରକାର ହେଉଛି କେବଳ ନେମ୍ ଚେଞ୍ଜର ସରକାର । ତେବେ ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ନାଁକୁ ବଦଳରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ହେବ ବୋଲି ଘୋଷଣା କରିଥିଲେ।
ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ ହୋଇଥିଲା।ଭାଜପା ସରକାର ପୂର୍ବ ସରକାରରେ ଥିବା ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ କରୁଛନ୍ତି | ସେହିପରି କଂଗ୍ରେସ କହିଛି, ନୂଆ ସରକାରରେ କିଛି ନୂତନତ୍ବ ନାହିଁ, ବଜେଟରେ କିଛି ନୂଆ ନାହିଁ, ପୁରୁଣା ଜିନିଷକୁ ନୂଆ ନାଁ ଦେଉଛି ବିଜେପି, ସେବେ ମୋ ସ୍କୁଲ ‘ଫାଇବ୍ ଟି’ ଥିଲା, ଏବେ ଏମାନେ କଲେ ପଞ୍ଚଶଖା, ବିଜେଡିର ‘ଫାଇବ୍ ଟି’ରେ ପାଞ୍ଚ ଥିଲା, ବିଜେପିରେ ପଞ୍ଚସଖାରେ ବି ପାଞ୍ଚ ଅଛି, ଏଥିରେ ଅଧିକ କିଛି ନାହି, ଖାଲି ହାଇଡ୍ରାମା କରୁଛନ୍ତି