ମୌସୁମୀ ଛୁଇଁଲା ହେଲା ବର୍ଷା ନାହିଁ

ଜଳବାୟୁ ପରିବର୍ତ୍ତନର ପ୍ରଭାବ । ମୌସୁମୀ ଛୁଇଁଲା ହେଲେ ନାହିଁ ବର୍ଷା । ୧୪ ଦିନ ଯାଏ ଲାଗି ରହିପାରେ ଏପରି ସ୍ଥିତି । କେରଳ ଉପକୂଳକୁ ମୌସୁମୀ ୨୪ ମଇରେ ଛୁଇଁଥିଲା । ଏହାର ୪ ଦିନ ପରେ ଓଡ଼ିଶାକୁ ଅଗ୍ରସର ହୋଇଥିଲା ମୌସୁମୀ । ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୪ ତାରିଖରୁ ଉପକୂଳ ଅଞ୍ଚଳରେ ଗରମ ସହିତ ଗୁଳୁଗୁଳି ଆହୁରି ବଢ଼ିବ, ଜନଜୀବନକୁ ଛଟପଟ କରିପାରେ । ମୋଟାମୋଟି କହିବାକୁ ଗଲେ, ମୌସୁମୀ ହଜିବା ସହ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରକୋପ ।

ଅଧିକ ପଢନ୍ତୁ

kc ads