ମୟୂରଭଞ୍ଜ ମାଟି ତଳେ ଥିବା ସୁନା, ତମ୍ବାର ତଥ୍ୟ ଦେଲେ ସରକାର

ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତମ୍ବାର ସନ୍ଧାନ କରିଥିବା ବେଳେ ଗୋଟିଏ ସ୍ଥାନରେ ସୁନା ଓ ନିକେଲ୍ ରହିଛି । ମୟୂରଭଞ୍ଜର କୋଳିଅଣା ବ୍ଲକର ମଦନାସାହି-କାଞ୍ଜିଆ ଅଞ୍ଚଳରେ ରହିଛି ସୁନା ସହ ତମ୍ବା ।ଏନେଇ ବିଧାନସଭାରେ ବାଙ୍ଗିରିପୋଷି ବିଧାୟିକା କୁମାରୀ ସଞ୍ଜଳି ମୁର୍ମୁ ଅଣତାରକା ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ପ୍ରଥମ ପର୍ଯ୍ୟାୟରେ ୨୦୨୫-୨୬ ବର୍ଷରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (GSI) ଦ୍ଵାରା ମଦନାସାହି-କାଞ୍ଜିଆ ବ୍ଲକକୁ ଏକତ୍ରିକରଣ କରି ଜିଓଲୋଜିକାଲ୍ ରିପୋର୍ଟ (Geological Report) ପ୍ରସ୍ତୁତ କରାଯାଇଛି ଏବଂ ଏହାର ପରବର୍ତ୍ତୀ ଆନୁଷଙ୍ଗିକ ପ୍ରକ୍ରିୟା ଯଥା ଖଣିଜ ବ୍ଲକର DGPS ସର୍ଭେ ଏବଂ ଜମିର ଯାଞ୍ଚ ପ୍ରସ୍ତୁତ ପ୍ରକ୍ରିୟା ଚାଲୁ ରହିଛି । ଉକ୍ତ ବ୍ଲକକୁ ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ କରିବା ପାଇଁ ଯୋଜନା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ | ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ଭାରତୀୟ ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ତମ୍ବାର ସନ୍ଧାନ କରିଥିବା ବେଳେ ଗୋଟିଏ ସ୍ଥାନରେ ସୁନା ଓ ନିକେଲ୍ ରହିଛି । ମୟୂରଭଞ୍ଜର କୋଳିଅଣା ବ୍ଲକର ମଦନାସାହି-କାଞ୍ଜିଆ ଅଞ୍ଚଳରେ ରହିଛି ସୁନା ସହ ତମ୍ବା । ସେଠାରେ ୧୭.୦୬ ମିଲିୟନ୍ ଟନ୍ ତମ୍ବା ରହିଥିବା ବେଳେ ୧୪୬୨.୭୩ କେଜି ସୁନା ରହିଛି ।

ସେହିଭଳି କେଶରପୁରରେ ୧୬.୬୭ ମିଲିୟନ୍ ଟନ୍ ତମ୍ବା ରହିଥିବା ବେଳେ ନୟା ଦୁଧିଆଶୋଳାରେ ୪.୦୪ ମିଲିୟନ୍ ଟନ୍ ତମ୍ବା ଏବଂ ୨.୦୫ ମିଲିୟନ୍ ଟନ୍ ନିକେଲ୍ ରହିଥିବା ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥାର ଅନୁସନ୍ଧାନରୁ ଜଣାପଡ଼ିଛି । ଏବେ ଏହା ଜି-୨ ସ୍ତରରେ ଅନ୍ଵେଷଣ ସ୍ତରରେ ରହିଛି ।

ଅଧିକ ପଢନ୍ତୁ