ଯାତ୍ରାରେ ଚାଲିଥିବା ଅଶ୍ଲୀଳତା ନୃତ୍ୟ ଯୋଗୁଁ ସମାଜ ଉପରେ ପଡୁଛି କୁପ୍ରଭାବ ।

ଯାତ୍ରାରେ ଚାଲିଥିବା ଅଶ୍ଲୀଳତା ନୃତ୍ୟ ଯୋଗୁଁ ସମାଜ ଉପରେ ପଡୁଛି କୁପ୍ରଭାବ । ପଥଭ୍ରଷ୍ଟ ହେଉଛନ୍ତି ଯୁବ ସମାଜ । ବନ୍ଦ ହେବ ଯାତ୍ରାରେ ପରିବେଷଣ ହେଉଥିବା ଅଶ୍ଲୀଳତା ନୃତ୍ୟ । ଆଉ ଚାଲିବନି ଅଶ୍ଲୀଳ ନୃତ୍ୟ ।ଏଥିପାଇଁ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି । ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଖୁବ୍‌ଶୀଘ୍ର ସଂସ୍କୃତି ବିଭାଗ ଏଥିପାଇଁ ମାର୍ଗଦର୍ଶିକା ଆଣିବାକୁ ଯାଉଛି ।

ଏ ବାବଦରେ କ’ଣ ପଦକ୍ଷେପ ନିଆ ଯାଇପାରିବ ସେ ନେଇ ସରକାର ବିଚାର ବିମର୍ଷ କରୁଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି । ଏନେଇ ଯାତ୍ରା ମାଲିକଙ୍କ ସହ ଆଲୋଚନା କରାଯିବ । ଏହି ପ୍ରସଙ୍ଗରେ ଚିନ୍ତା କରି ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାତ୍ରା ମାଲିକମାନଙ୍କୁ ଅନୁରୋଧ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଅଧିକ ପଢନ୍ତୁ