ମହାରାଷ୍ଟରୁ ଆସିଥିବା ବାଘୁଣୀକୁ ସିମିଳିପାଳ କୋର୍ ଅଞ୍ଚଳରେ ଛଡ଼ାଗଲା । ସଠିକ୍ ଭାବେ କୋର୍ ଅଞ୍ଚଳରେ ଏନକ୍ଲୋଜରରେ ଛଡ଼ାଯାଇଛି । ବାଘୁଣୀ ସଂପୂର୍ଣ୍ଣ ଭାବେ ସୁସ୍ଥ ସବଳ ଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ । ବାଘୁଣୀକୁ ଆଜି ସକାଳ ୯ଟା ୨୫ ମିନିଟ୍ ସମୟରେ ଛଡ଼ା ଯାଇଛି ।ସୂଚନା ଥାଉକି,ବାରିପଦା, ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଆସିଛି ଗୋଟିଏ ଅଢେଇ ବର୍ଷର ବାଘୁଣୀ । ଏହି ବାଘୁଣୀକୁ ଆଣିବାକୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ୱତନ୍ତ୍ର ଟିମ୍ ଗତ ୨୦ ତାରିଖରେ ମହାରାଷ୍ଟ୍ର ଯାଇଥିଲା । ଗତକାଲି ବାଘୁଣୀ ଧରାହେବା ପରେ ଆଇନ କାନୁନ ଅନୁଯାୟୀ ସମସ୍ତ କାଗଜପତ୍ର ହେବା ପରେ ଏହାକୁ ଶିମିଳିପାଳକୁ ଅଣାଯାଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶଚାନ୍ଦ ଗୋଗୀନେନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିବା ବେଳେ ବାଘୁଣୀର ସ୍ଥାନାନ୍ତରଣ ପାଇଁ ସପ୍ତାହେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ଶିମିଳିପାଳ ଅଭୟାରଣ୍ୟ ଏକ ପ୍ରକୃଷ୍ଟ ସ୍ଥାନ ବୋଲି ଏନଟିସିଏ କହିଛି।