ଯବାନଙ୍କୁ ବଡ଼ ସଫଳତା,ବନ୍ଧୁକ କାରଖାନା ଠାବ, ସାବୁନ କେସରୁ ୨୧ଟି IED ଜବତ

ସରିଲା ସର୍ଚ୍ଚ ଅପରେସନ। ଓଡିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଚାଲିଥିବା ମାଓଦମନ ଅଭିଯୋଗ ଶେଷ ହୋଇଛି । ସର୍ଚ୍ଚ ଅପରେସନ ପରେ ବାହୁଡିଲେ ଯବାନ । ୪ ଦିନ ଧରି ଚାଲିଥିବା ଅପରେସନରେ ୨୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ଯେଉଁଥିରେ ଟପ୍‌ ମାଓ କମାଣ୍ଡର ଜୟରାମ ମଧ୍ୟ ରହିଥିଲେ। ସୁରକ୍ଷାବାହିନୀଙ୍କ ଏହି ଅପରେସନ ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।ତେବେ ଏହାରି ଭିତରେ ଓଡିଶା ଛତିଶଗଡ଼ ସୀମାରୁ ଆଉ ଏକ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । ସୁରକ୍ଷାକର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।

ସର୍ଚ୍ଚ ଅପରେସନରେ ଉଦ୍ଧାର ଅସ୍ତ୍ରାଗାରରେ ସାବୁନ କେସରେ ପ୍ୟାକ୍ ହୋଇଥିବା ୨୧ ଟି ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED), ମଲ୍ଟିପଲ୍ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ (BGL) ବୋମା, ଏକ ଜେନେରେଟର ସେଟ୍, ଲେଥ୍ ମେସିନ୍ ଆନୁଷଙ୍ଗିକ ସାମଗ୍ରୀ, ପ୍ରଚୁର ପରିମାଣରେ ବିସ୍ଫୋରକ ତିଆରି ସାମଗ୍ରୀ, ବନ୍ଧୁକ ତିଆରି ଉପକରଣ ଏବଂ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ରହିଛି । ଉଦ୍ଧାର ହୋଇଥିବା ପ୍ରତ୍ୟେକ IEDର ଓଜନ ପ୍ରାୟ 250 ଗ୍ରାମ । ସୁକୁମା ଜିଲ୍ଲା ମେଟାଗୁଡା ଓ ଦୁଲେଡ ଜଂଗଲରେ କୁମ୍ବିଂ ଅପରେସନ୍‌ ବେଳେ କୋବ୍ରା ଓ ସିଆରପିଏଫ୍ ଯବାନ ଏହି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।

ଅଧିକ ପଢନ୍ତୁ