ଆସୁଛି ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ସେଥିପାଇଁ ଗାଁରୁ ସହର ହୋଇଉଠିଛି ଚଳଚଞ୍ଚଳ । ଦେଶ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ବୀର ସୈନିକଙ୍କ ପାଇଁ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରି ପଠାଇଲେ ଛାତ୍ରଛାତ୍ରୀ । ଦେଶ ପ୍ରେମର ଏଭଳି ଝଲକ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ଅଂଚଳରେ । ସ୍ଥାନୀୟ ଚଉଷଠିପଡ଼ା ନୋଡାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରାଯାଇଛି ।ଯବାନ ମାନେ ଦିନରାତି ସୀମାରେ ରହି ସୁରକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ବୈତରଣୀ ଛାତ୍ରୀ ନିବାସର ଛାତ୍ରୀ ମାନେ ରକ୍ଷାବନ୍ଧନର ଗୀତ ଗାଇ ରାକ୍ଷୀ ପଠାଇଛନ୍ତି । ତୁଳା, କାଗଜ, ଷ୍ଟୋନରେ ପାଖାପାଖି ୨ ହଜାର ରାକ୍ଷୀ ତିଆରି କରିଛନ୍ତି । ରାକ୍ଷୀକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିକଟସ୍ଥ ଉପ-ଡାକଘର ମାଧ୍ୟମରେ ଦୁଇଟି ସେନା ମୁଖ୍ୟାଳୟକୁ ପଠାଇଛନ୍ତି । ଛାତ୍ରଛାତ୍ରୀଙ୍କୁ ଏଥିରେ ସହଯୋଗ କରିଥିଲେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ।
କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଯାଜପୁର ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ବୈତରଣୀ ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀ ମାନେ ଏଭଳି ରାକ୍ଷୀ ପଠାଇଵେ ବୋଲି କହିଛନ୍ତି।