ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ। ୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାର ୱାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ମ୍ଯାଚ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ପ୍ରଥମ ମ୍ଯାଚ ଜିତି ୧-୦ ରେ ଆଗୁଆ ରହିଛି ।ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ଉଇକେଟ ହରାଇ ୩୩୬ ରନ୍ କରିଛି । ଯଶସ୍ବୀ ଜୟସ୍ବାଲ ପୂରାଦିନ ବ୍ୟାଟିଂକରି ୧୭୯ ରନ୍ କରି ଅପରାଜିତ ଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍ କରି କ୍ରିଜ୍ରେ ରହିଛନ୍ତି।ଦ୍ୱିତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତ ନିଷ୍ପତ୍ତି ନେଇଥିଲା ।
ଟିମ୍ର ଆରମ୍ଭ ନୈରାସ୍ୟଜନକ ଥିଲା । କିନ୍ତୁ ଜୟସୱାଲ ଗୋଟିଏ ପଟେ ମ୍ୟାଚକୁ ସମ୍ଭାଳି ରଖିଥିଲେ । ଭାରତ ପାଇଁ ରୋହିତ ଶର୍ମା ୧୪, ଶୁଭମନ ଗିଲ୍ ୩୪, ଶ୍ରେୟସ୍ ଆୟର ୨୭, ରଜତ ପାଟିଦାର ୩୨, ଅକ୍ଷର ପଟେଲ ୨୭ ଏବଂ କେଏସ୍ ଭରତ ୧୭ ରନ୍ କରି ପାଭେଲିୟନ ଫେରିଛନ୍ତି ।