ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମହାବିନାୟକ ଶୈବ ପୀଠରେ ଫୁଟିଲା ଗୁଳି । ମହାବିନାୟକ ପୀଠକୁ ଏକ ବରଯାତ୍ରୀ ଆସୁଥିବା ବେଳେ ଫୁଟିଛି ଗୁଳି । ଯେଉଁଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ବାଜାବାଟୀ ଅଞ୍ଚଳର ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଗାଁର କିଛି ଲୋକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ ।
ତେବେ ସେଠାରେ ରାଜନୈତିକ ଆକ୍ରୋଶକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲାପରିଷଦଙ୍କ ସହ ବିଜେଡିର କିଛି ଯୁବକ ହଠାତ ମରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଫୁଟିଥିଲା ଗୁଳି । ତେବେ ଏହି ମାରପିଟ୍ରେ କିଛି ଲୋକେ ଗୁରୁତର ହୋଇଛନ୍ତି । ଏନେଇ ଖବର ପାଇବା ପରେ ବଡ଼ଚଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ଏକ ଖୋକା ମଧ୍ୟ ଜବତ କରି ତଦନ୍ତ ଚଳାଇଛି ପୋଲିସ।