ଯାଜପୁରରେ ଲଜ୍ଜା, ମାଆ ହେଲେ ମାଟ୍ରିକ ପରୀକ୍ଷାର୍ଥୀ

ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।ମାଟ୍ରିକ ପରୀକ୍ଷାର୍ଥି ଜଣକ ଦୁଇଟି ପରୀକ୍ଷା ଦେଇଥିବା ବେଳେ ଗତକାଲି ଶିବରାତ୍ରି ଅବସରରେ ଉପବାସ କରି ଅସୁସ୍ଥ ଅନୁଭବ କରିଥିଲେ।

ତାଙ୍କୁ ଚିକିତ୍ସା ପାଇଁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଛି। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାର୍ଥୀ ଜଣକ ସୁସ୍ଥ ହେବା ପରେ ଆଇନର ଆଶ୍ରୟ ନିଆଯିବ ବୋଲି ନାବାଳିକାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।ଖବର ପାଇ ବରୀ ପୋଲିସ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ସ୍ଥାନୀୟ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସମ୍ପୃକ୍ତ ଛାତ୍ରୀଜଣଙ୍କ ବିଦ୍ୟାଳୟକୁ ଯିବା ସମୟରେ ବିଦ୍ୟାଳୟର କର୍ତ୍ତୃପକ୍ଷ କିମ୍ବା ସେହି ଗ୍ରାମର ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ କିଭଳି ଭାବରେ ଏଭଳି ଘଟଣା ଉପରେ ଅବଗତ ହୋଇ ପାରିଲେ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢନ୍ତୁ