ଯାଜପୁରରେ ଲଜ୍ଜା: ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ

ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ୨ଜଣ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ ହୋଇଛି। କୋଚ ଏବଂ ସହେଯାଗୀ ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଲଜରେ ଦୁଶ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୩ ତାରିଖ ସନ୍ଧ୍ୟାରେ ଘଟିଥିଲା ଘଟଣା । ଛାତ୍ରୀ ଜଣଙ୍କ ଦୁଇ ବର୍ଷ ହେବ ଯାଜପୁର ହକି ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଥିଲେ । ତେବେ ଟାଉନ ଥାନାରେ ମାମଲା ରୁଜୁ ହୋଇଥିବାବେଳେ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ୨ ହକି ପ୍ରଶିକ୍ଷକ ଅଟକ ରହିଥିବା ସୂଚନା। ଆଉ ଜଣେ ଅଭିଯୁକ୍ତ ଫେରାର୍‌ ଥିବା କୁହାଯାଉଛି।

ଅଧିକ ପଢନ୍ତୁ