ଦିନିକିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ। ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହି ଅବସରରେ ୧୯ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ।ସେଠାରେ ପୂର୍ବରୁ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୁଲତୋଡ଼ା ଦେଇ ପାଛୋଟି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ସେଠାରେ ବିପୁଳ ଜନସମାବେଶ ହୋଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାର ୩ଟି ନୂଆ ଟ୍ରେନ୍ର ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି। କେନ୍ଦୁଝରଗଡ ଷ୍ଟେସନରୁ ପୁରୀ-ଆନନ୍ଦବିହାର ଟର୍ମିନାଲ ମଧ୍ୟରେ ନୂଆ ଟ୍ରେନ, ପାରାଦୀପ ଷ୍ଟେସନରୁ ପାରାଦୀପ-କେନ୍ଦୁଝର, ଏମ୍ଏମ୍ଏଲ୍ପି ଯାଜପୁର, ଓଡିଶାରୁ ଆଇସିଡି ଦାଦରୀ, ଉତ୍ତରପ୍ରଦେଶରୁ କଣ୍ଟେନର୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି।