ଯାଜପୁର ଜିଲ୍ଲାରେ ଟାଟାର ୬୪ ହଜାର କୋଟିର ପ୍ରକଳ୍ପ

ଯାଜପୁର ଜିଲ୍ଲାରେ ଟାଟା କରିବ ୬୪ ହଜାର କୋଟି ଟଙ୍କାର ନିବେଶ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ ।ଯାଜପୁରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ହେବା ସହ ୪ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହାଦ୍ବାରା ୩୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। ମୋଟ୍‌ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନ ହେବ। କେବଳ MOU ନ କରି କାର୍ଯ୍ୟ ଜାରି ରଖିଛନ୍ତି। କେନ୍ଦ୍ରାପଡ଼ାରେ କାମ ଜାରି ରହିଛି । ପୂର୍ବରୁ ଯେଉଁ ଶିଳ୍ପ ଅନୁଷ୍ଠାନ ଶିଳ୍ପ ପାଇଁ ଜମି ନେଇଥିଲେ କାମ ଆରମ୍ଭ କରନ୍ତୁ । କାମ ଆରମ୍ଭ ହୋଇନଥିଲେ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେବେ ସରକାର । କେତେ ଶିଳ୍ପ ଆରମ୍ଭ ହୋଇଛି, କେତେ ଆରମ୍ଭ ହୋଇନି ତାଲିକା ପ୍ରସ୍ତୁତ ହୋଇଛି ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ

kc ads