ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ ।

ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ । ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।ଚାକିରି ପାଇଁ ସରକାର ମାସିକ ଦରମା ଦେଉଥିବାବେଳେ ଏସ୍ଆଇଙ୍କୁ ଟଙ୍କା ନିଅଣ୍ଟ ପଡ଼ିଲା ।

ମିଳିଥିବା ସୂଚନା ମୁତାବକ, ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ କହି ପୋଲିସ ଏସ୍‌ଆଇ ଅଭୟ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସର ଏକ ଟିମ୍‌ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ, ନୀଳାଚଳ ଇସ୍ପାତ କାରଖାନା ଆଗରେ ଏସ୍‌ଆଇ ଅଭୟ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା।ଏହା ସହ ଏହି ସମ୍ପର୍କରେ, କଟକ ଭିଜିଲାନ୍ସ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ଅଧିକ ପଢନ୍ତୁ

Odisha Darpan Digital