ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ୨ଜଣ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ ହୋଇଛି। ଅଭିଯୁକ୍ତ ହକି କୋଚ ଓ ସହଯୋଗୀ ରାସ୍ତାରୁ ଉଠାଇ ନେଇ ଲଜରେ ରଖି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତ ୩ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । ଛାତ୍ରୀ ଜଣକ ୨ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିଯମରେ ପ୍ରଶିକ୍ଷଣ ନେଉଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ପୀଡିତାଙ୍କ ମା କହିବା ଅନୁସାରେ ଅଭିଯୁକ୍ତ ୬ ମାସ ହେଲା ତାଙ୍କ ଝିଅଙ୍କ ପଛରେ ପଡିବା ସହ ହଇରାଣ କରୁଥିଲେ। ଏନେଇ ସେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ଫଳ ମିଳିନଥିଲା । କିନ୍ତୁ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁ ଥାନାରେ ବିଳମ୍ବରେ ଅଭିଯୋଗ କରିଥିବା କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ । ଘଟଣାରେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟିକା ଦାବି କରିଛନ୍ତି ।
