ଯାତ୍ରାମଞ୍ଚରେ ପ୍ରଥମ ଥର ଦେଖିବାକୁ ମିଳିବ ରୋବଟିକ୍ ଡଗ୍

ମଣିଷ ରୋବୋଟ ଦେଖିଥିବେ, କିନ୍ତୁ ଏବେ ଦେଖିବାକୁ ମିଳିବ ଆକର୍ଷଣୀୟ ରୋବୋଟିକ୍ ଡଗ୍‌। ଏହି ଡଗ୍ ମେସିନ ସାହାଯ୍ୟରେ ବର୍ତ୍ତମାନ ଲୋକଙ୍କ ମନୋରଞ୍ଜନ କରାଇବ। ଏହି ଡଗ୍‌କୁ ବର୍ତ୍ତମାନ ଯାଜ୍ଞସେନୀ ଅପେରା ଯାତ୍ରା ପେଣ୍ଡାଲରେ ଲୋକଙ୍କୁ ଏଣ୍ଟରଟେନ କରାଇବ। ନୂଆ ପାର୍ଟି, ପ୍ରଦର୍ଶନରେ ବି ନୂଆ ଇନୋଭେସନ। ତେବେ ଯାତ୍ରା ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ କରିବା ପୂର୍ବରୁ ନିଜ ଯାଦୁ ଦେଖାଇଛି ରୋବଟିକ୍ ଡଗ୍।ସବୁଠୁ ଆକର୍ଷଣୀୟ କଥା ହେଉଛି ଏହି ରୋବଟକୁ ଯାହା ପଚରାଯାଉଛି, ସେ ତା’ର ଉତ୍ତର ଦେଉଛି। ସାଧାରଣତଃ ମେସିନ ଇଂରାଜୀ ଭାଷା ବୁଝିଥାଏ। କିନ୍ତୁ ଓଡ଼ିଆରେ ପଚରାରିଲେ ସେ ଓଡ଼ିଆରେ ଉତ୍ତର ଦେଉଛି।ଆଇଟମ୍ ଗାର୍ଲଙ୍କ ହଟ୍ ଡ୍ୟାନସକୁ ମାତ୍ ଦେବାକୁ ଅପେରା ଯାଜ୍ଞସେନୀ ରୋବଟିକ୍ ଟେକ୍ନୋଲଜି ଜରିଆରେ ପେଣ୍ଡାଲରେ ଚମକ୍ ଭରିବାକୁ ଯାଉଛି ତ, ଏପଟେ ମଞ୍ଚରେ ସତ ସତିକା ଧଳା ଘୋଡ଼ା ଚଢ଼େଇବାକୁ ଯାଉଛି ଧଉଳି ଗଣନାଟ୍ୟ। ଏ ପ୍ରୟୋଗ ବି ଯାତ୍ରା ଇତିହାସରେ ପ୍ରଥମ। ନାଟକ ଚଣ୍ଡାଶୋକରେ ସମ୍ରାଟ ଅଶୋକ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଏଇ ଘୋଡ଼ା ଚଢ଼ି ସିଧା ମଞ୍ଚକୁ ଯିବେ।

ଅଧିକ ପଢନ୍ତୁ

Odisha Darpan Digital