ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗ ଉପରେ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ

ଯାତ୍ରା ପେଣ୍ଡାଲ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍ । ଯାତ୍ରା ଡ୍ୟାନ୍ସରଙ୍କ ଉପରେ ବାଜିବ ଛାଟ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗ ଉପରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଛତିଶଗଡ ପରି ଓଡ଼ିଶାରେ ବି ହୋଇପାରେ କାର୍ଯ୍ୟନୁଷ୍ଠାନ । ଆଇନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଜନମତ ମଧ୍ୟ ସ୍ପଷ୍ଟ ଅଛି, ଅଶ୍ଳୀଳ ନୃତ୍ୟ ନ ହେଉ। ଏନେଇ ଆୟୋଜକ ଏବଂ ଯାତ୍ରା ପାର୍ଟି ମାଲିକଙ୍କୁ ମଧ୍ୟ ଅବଗତ କରାଯାଇଛି। ସଂସ୍କୃତି ବିଭାଗ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି।

ଆଗକୁ ଖଣ୍ଡଗିରି ଯାତ୍ରା ଥିବାବେଳେ ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପରିବେଷଣ କଲେ ପରିଣାମ ସାମ୍ନା କରିବାକୁ ପଡିବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ମଙ୍ଗଳବାର ପ୍ରକାଶ କରିଛନ୍ତି।ସୂଚନା ଅନୁଯାୟ, ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଛତିଶଗଡ଼ ପୁଲିସ ୧୭ଜଣ ଆୟୋଜକଙ୍କୁ ଗିରଫ କରିଥିବା ବେଳେ ଯାତ୍ରାକୁ ଅନୁମତି ଦେଇଥିବା ଉପଜିଲ୍ଲାପାଳ ତୁଳସୀଦାସ ମକରମ୍‌ଙ୍କୁ ବଦଳି କରାଯାଇଛି । ଅନ୍ୟପକ୍ଷେ ଯାତ୍ରା ପରିବେଷଣ ବେଳେ ଉପସ୍ଥିତ ଥିବା ୩ ପୁଲିସକର୍ମୀ ନିଲମ୍ୱନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗରିଆବନ୍ଦ ଜିଲାପାଳ। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେଉଁଭଳି ନହେବ ସେଥିପ୍ରତି କଡ଼ା ନଜର ରଖାଯିବ ବୋଲି ଗରିଆବନ୍ଦ ଅତିରିକ୍ତ ଏସ୍‌ପି କହିଛନ୍ତି ।

ଅଧିକ ପଢନ୍ତୁ