ଭାରତୀୟ ରେଲୱେ ନିଜ ଯାତ୍ରୀମାନଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛି। ଖୁବଶୀଘ୍ର ଯାତ୍ରୀମାନଙ୍କୁ ଯାତ୍ରାର ୨୪ ଘଣ୍ଟା ପୂର୍ବରୁ ମିଳିବ ସିଟ୍ କନଫର୍ମେସନର ଅପଡେଟ୍। ବର୍ତ୍ତମାନ ୪ ଘଣ୍ଟା ପୂର୍ବରୁ ଏହି ସୂଚନା ପ୍ରଦାନ କରାଯାଉଛି।ରେଳବାଇ ଦ୍ୱାରା ଏହି ନୂତନ ସିଷ୍ଟମ ସମ୍ପର୍କରେ ପରୀକ୍ଷଣ ମଧ୍ୟ ଆରମ୍ଭ କରାଯାଇଛି। ଜୁନ୍ ୬ ରୁ, ଏହି ସିଷ୍ଟମ ରାଜସ୍ଥାନର ବିକାନେର ଡିଭିଜନରେ ପାଇଲଟ୍ ରନ୍ ଭାବରେ ଆରମ୍ଭ କରାଯାଇଛି । ଯାହା ବର୍ତ୍ତମାନ ଗୋଟିଏ ଟ୍ରେନରେ ସୀମିତ ରହିଛି । କୁହାଯାଉଛି ଯେ ଏପର୍ଯ୍ୟନ୍ତ ଏଥିରେ କୌଣସି ପ୍ରକାରର ସମସ୍ୟା ହୋଇନାହିଁ । ଅର୍ଥାତ୍ ଏହି ପରୀକ୍ଷଣ ସକାରାତ୍ମକ ଫଳାଫଳ ଦେଉଛି ଓ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ମିଳିଛି । ଅଧିକାରୀଙ୍କ ଅନୁଯାୟୀ, ଏହାକୁ ଆଉ କିଛି ସପ୍ତାହ ପାଇଁ ଚେଷ୍ଟା କରାଯିବ। ତେବେ ବର୍ତ୍ତମାନ ୱେଟିଂ ଟିକେଟର ଯାତ୍ରୀମାନେ ଖାସକରି ଦୂର-ଦୂରାନ୍ତର ଅଞ୍ଚଳରୁ ଟ୍ରେନ୍ ଧରିବା ଲାଗି ଆସିଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା। ୨୪ ଘଣ୍ଟା ପୂର୍ବରୁ ସିଟ୍ କନଫର୍ମେସନର ଅପଡେଟ୍ ମିଳିବାରେ ସେମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ।
