ଯାତ୍ରା କଳାକାର କାହ୍ନୁ ଚରଣ ସ୍ବାଇଁଙ୍କ ମୃତଦେହ ଉଦ୍ଧାର । ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରୁ ଉଦ୍ଧାର କରିଛି ନନ୍ଦିପଦା ପୋଲିସ୍ ।ଗୁରୁବାର ରାତିରେ ସେ ଆବୁଲପୁରା ଗାଁର କିଛି ଲୋକଙ୍କ ସହ ଯାତ୍ରା ପରିବେଷଣ ପାଇଁ ଏକ ଯାତ୍ରାପାଟି ସହ କଥାବାର୍ତ୍ତା ହେବାକୁ ଭଦ୍ରକ ଜିଲ୍ଲା ରାନ୍ଧିଆକୁ ଯାଇଥିଲେ । ରାତି ୩ଟା ସମୟରେ ସମୟରେ କ୍ଷତାକ୍ତ ଅବସ୍ତାରେ ତାଙ୍କର ମୃତଦେହ ରାସ୍ତାକଡରେ ପଡିଥିବା ଦେଖିବାକୁ ପାଇଥିଲା ପୋଲିସ୍ । ହେଲେ କାହ୍ନୁଙ୍କୁ ହତ୍ୟା କରାଯାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ତାଙ୍କ ସହ ଭଦ୍ରକ ଯାଇଥିବା ଅନ୍ୟ ଲୋକମାନେ ଘଟଣାସ୍ଥଳରେ ନଥିବାରୁ ହତ୍ୟା ସନ୍ଦେହ ଦୃଢୀଭୂତ ହୋଇଛି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। କାହ୍ନୁ ସ୍ଵାଇଁ ୩୦ ବର୍ଷ ଧରି ଏକାଧିକ ଯାତ୍ରା ପାର୍ଟିରେ କାମ କରିଛନ୍ତି। ତୁଳସୀ, ପାର୍ବତୀ, ମଧୁବାସନ୍ତୀ ଓ ଅଷ୍ଟଶମ୍ବୁ ଭଳି ଯାତ୍ରା ପାର୍ଟିରେ ଅଭିନୟ କରିଛନ୍ତି।
