ଯାତ୍ରା କଳାକାରଙ୍କ ଅଭିନୟକୁ ସତ ମାନି ନେଲେ ଦର୍ଶକ । ଅଭିନୟ ଏତେ ଜୀବନ୍ତ ଥିଲା ଯେ, ରାଗ ତମତମ ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଫିଙ୍ଗିବା ସହ ଉପରକୁ ଉଠି ଆସି ମାରିଲେ ଚାପୁଡା । ଏମିତି ଘଟଣା ଘଟିଛି ଭଦ୍ରକ ଅଣ୍ଡରେଇରେ । ଦ୍ରକ ଅଣ୍ଡରେଇ ଠାରେ ଯାତ୍ରା ରାଜନନ୍ଦିନୀ ”ଏମିତି ବିଚାର କେବେ ଦେଖିନି” ନାଟକ ମଞ୍ଚସ୍ଥ କରୁଥିଲା । ଏଥିରେ ମାଆ ଭୂମିକାରେ ଟୁନିଆ ମଲ୍ଲିକ , ବାପା ଭାବେ ସଞ୍ଜୟ ଓ ଭଉଣୀ ଭୂମିକାରେ ମାମା ଅଭିନୟ କରିଥିଲେ । ନାଟକର ଦୃଶ୍ୟ ଅନୁଯାୟୀ ନାୟକ ଅର୍ଥାତ୍ ପୁଅ ଭୂମିକାରେ କାର୍ତ୍ତିକ ଅଭିନୟ କରୁଥିଲେ। ବାପା-ମାଆ ଓ ଭଉଣୀକୁ ଅତ୍ୟାଚାର କରୁଥିବା ଦୃଶ୍ୟ ପରିବେଷଣ କରୁଥିଲେ କଳାକାର। ଏହି ସମୟରେ କିଛି ଦର୍ଶକ ଭାବ ବିହ୍ବଳ ହୋଇ ମଞ୍ଚ ଉପରକୁ ଚେୟାର ସହ ପାଣି ବୋତଲ ଫୋପାଡିଥିଲେ। ଏଥିସହ ଜଣେ ଦର୍ଶକ ମଞ୍ଚକୁ ଉଠି ଅଭିନେତା କାର୍ତ୍ତିକଙ୍କୁ ମାଡ ମାରିବା ବେଳେ କଳାକାର ମାନେ ତାଙ୍କୁ ଅଟକାଇଥିଲେ ।ଚାଲିଥିବା ଦୃଶ୍ୟରେ ଭଉଣୀଙ୍କୁ ଜଣେ ବାବା ଦୁଷ୍କର୍ମ କରିଥିବା ଭଉଣୀଙ୍କ ସମେତ ପୂରା ପରିବାର ଅଭିଯୋଗ କରୁଥିଲେ । ହେଲେ ବାବା ଏପରି କରି ନଥିବା କହି କାର୍ତ୍ତିକ ପରିବାରକୁ ଓଲଟା ତାଡନା ଦେଉଥିବା ଦୃଶ୍ୟକୁ ନେଇ ଦର୍ଶକ ତାତିଥିଲେ । ଫଳରେ କିଛି ସମୟ ଧରି ଯାତ୍ରା ବନ୍ଦ ହେବା ପରେ ପୁଣି ଆରମ୍ଭ ହୋଇଥିଲା ।
