ଯାତ୍ରା ମାଲିକଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ । ତୁଳସୀ ଗଣନାଥ୍ୟର ପୂର୍ବତନ ଅଭିନେତ୍ରୀ ପୂଜା ଆଣିଛନ୍ତି ସାଂଘାତିକ ଅଭିଯୋଗ । ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ସେ କହିଛନ୍ତି ଯେ, ୨୦୨୪-୨୫ ପାଇଁ ତାଙ୍କୁ ଯାତ୍ରା ଅଶୋକ ସମ୍ରାଟରେ କାମ କରିବା ପାଇଁ କୁହାଯାଇଥିଲା । ସେଥିପାଇଁ ୪ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା । ହେଲେ ସେ ଆଖଡ଼ାଶାଳରେ ଅଭିନୟ କରିବା ପାଇଁ ଆସିଥିବା ବେଳେ ଯାତ୍ରା ମ୍ୟାନେଜର ଓ ଯାତ୍ରା ମାଲିକ ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି । କାମ କରିବାକୁ ହେଲେ କମ୍ପ୍ରମାଇଜ କରିବାକୁ ପଡ଼ିବ ବୋଲି କହିଥିଲେ । ଏମିତିକି ବନ୍ଧୁକ ମଧ୍ୟ ଦେଖାଇ ଧମକ ଦେଇଥିଲେ । ୨ ଲକ୍ଷ ଟଙ୍କା ଫେରାଇ ନେଇଛନ୍ତି ଆଉ ୨ ଲକ୍ଷ ଟଙ୍କା ନେବା ପାଇଁ ଧମକ ଦେଇଛନ୍ତି । ସେପଟେ ଯାତ୍ରା ଅଭିନେତ୍ରୀ ପୂଜା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । କହିଛନ୍ତି, ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ବର୍ଷକ ତଳେ ପୂଜା ୪ଲକ୍ଷ ଟଙ୍କା ନେଇଥିଲେ । ଟଙ୍କା ନଫେରାଇବାରୁ ମୁଁ ଆଇନର ଆଶ୍ରୟ ନେଇଛି । ଟଙ୍କା ପାଇଁ ଏସବୁ ନାଟକ କରାଯାଉଛି ବୋଲି ଅନନ୍ତ ନାରାୟଣ ଧଳ କହିଛନ୍ତି ।

ଅଧିକ ପଢନ୍ତୁ

kc ads