ଯାତ୍ରୀଙ୍କ ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ କାର୍ଯ୍ୟାନୁଷ୍ଠାନ

ଧାର୍ଯ୍ୟ ସୀମାଠାରୁ କୌଣସି ବସ୍ ଅଧିକ ଭଡ଼ା ଆଦାୟ କରିପାରିବେ ନାହିଁ। ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।ରାଜ୍ୟର ବିଭିନ୍ନ ସ୍ଥାନରେ ଆରଟିଓ ଟିମ୍ ବସ୍ ଯାଞ୍ଚ କରିଛନ୍ତି । ଯାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମଦିନରେ କଟକ ଆରଟିଓଙ୍କ ଏନଫୋର୍ସମେଣ୍ଟ ଟିମ୍ ନିୟମ ଉଲ୍ଲଙ୍ଘନ କରିଥିବା ପାଞ୍ଚଟି ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋଟର ଯାନ ଆଇନର ଧାରା 192(କ) ଅନୁଯାୟୀ ଉକ୍ତ ବସ୍ ମାନଙ୍କ ବିରୋଧରେ ଦଶ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।ସରକାରଙ୍କ ଦ୍ୱାରା ବସ୍ ବର୍ଗ ଅନୁଯାୟୀ କିଲୋମିଟର ପିଛା ଭଡ଼ା ଧାର୍ଯ୍ୟ କରାଯାଇଛି। ଉଭୟ ଅଫଲାଇନ୍ ଓ ଅନଲାଇନ ଟିକଟ ପାଇଁ ଏହା ଲାଗୁ ହୋଇଥାଏ। ଏହାକୁ ପାଳନ କରିବାକୁ ସମସ୍ତ ବସ୍ ମାଲିକ ତଥା ପରିଚାଳକମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚାଇ ଦିଆଯାଇଛି। ନିୟମ ଅନୁଯାୟୀ ପ୍ରତ୍ୟେକ ବସରେ ଭଡ଼ା ବିବରଣୀ ପ୍ରଦର୍ଶିତ କରିବାକୁ ମଧ୍ୟ କୁହାଯାଇଛି।

ଅଧିକ ପଢନ୍ତୁ