ଯିଏ ସରକାରୀ ମେଡ଼ିକାଲ୍‌ରେ ପ୍ରସବ କରାଇବ, ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡ଼ିବ।

ଅନୁଗୋଳ ଜିଲ୍ଲାରେ।ପରାଚାଟ ଗାଁର ପ୍ରତାପ ସାହୁଙ୍କ ପତ୍ନୀ ରୀତା ଗର୍ଭବତୀ ଥିଲେ। ଗତ ୨୫ ତାରିଖରେ ସିଏ ଗର୍ଭ ଯନ୍ତ୍ରଣା ପାଇଥିଲେ। ତେଣୁ ପ୍ରତାପ ତାଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ମେଡ଼ିକାଲ୍‌ରେ ପ୍ରସବ କରିଥିଲେ ରୀତା। ପିଲା ଜନ୍ମ ପରେ ମେଡିକାଲ୍‌ରେ କାର୍ଯ୍ୟରତ ନର୍ସମାନେ ତାଙ୍କୁ ହାତ ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ମାଗିଥିଲେ। ମାତ୍ର ଦାରିଦ୍ର୍ୟ ଯନ୍ତ୍ରଣାରେ ଜର୍ଜରୀତ ପ୍ରତାପ ଏତେ ଟଙ୍କା ଦେବା ପାଇଁ ଅସହାୟତା ପ୍ରକାଶ କରିଥିଲେ। ତେବେ ଯିଏ ମେଡ଼ିକାଲ୍‌ରେ ପ୍ରସବ କରାଉଛି, ସିଏ ୫ ହଜାର ଦେଉଛି। ନର୍ସଙ୍କଠାରୁ ଏପରି କଥା ଶୁଣିବା ପରେ ଅଡୁଆରେ ପଡ଼ି ଯାଇଥିଲେ ପ୍ରତାପ। ବହୁ କଷ୍ଟରେ ପତ୍ନୀଙ୍କ ଚିକିତ୍ସା ପାଇଁ ପାଖରେ ରଖିଥିବା ଟଙ୍କା ଓ ଧାର ଉଧାର କରି ୫୦୦୦ ଟଙ୍କା ଜୁଗାଡ଼ କରିଥିଲେ। ସେହି ଟଙ୍କା ନର୍ସଙ୍କୁ ଦେଇଥିଲେ।ପରବର୍ତ୍ତୀ ସମୟରେ ଏହି କଥା ପ୍ରଘଟ ହୋଇ ଯାଇଥିଲା। ସ୍ଥାନୀୟ ଲୋକମାନେ ଜାଣିବାକୁ ପାଇଥିଲେ।ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ ମେଡିକାଲରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ସେଥିରେ ଭୟଭୀତ ହୋଇ ନର୍ସମାନେ ନେଇଥିବା ୫୦୦୦ ଟଙ୍କା ପ୍ରତାପଙ୍କୁ ଫେରାଇ ଦେଇଥିଲେ। ଏପରିକି ଅନ୍ୟ ପ୍ରସୂତିଙ୍କଠାରୁ ନେଇଥିବା ଟଙ୍କା ମଧ୍ୟ ଫେରାଇ ଦେଇଥିଲେ। ଟଙ୍କା ନେବା କଥା ଆଗକୁ ନବଢ଼ାଇବା ପାଇଁ ନର୍ସମାନେ ରୋଗୀଙ୍କୁ କହିଥିବା ଅଭିଯୋଗ ହୋଇଛି।

ଅଧିକ ପଢନ୍ତୁ