ଆଜିଠୁ +୨ ନାମଲେଖା ଆବେଦନ। ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ତେବେ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ।SAMS ପୋର୍ଟାଲରେ ଆବେଦନ କରିବେ ଛାତ୍ରଛାତ୍ରୀ ।www.samsodisha.gov.in ରେ କରିବେ ଆବେଦନ । ଜୁଲାଇ ୭ରେ ଆସିବ ପ୍ରଥମ ମେରିଟ୍ ଲିଷ୍ଟ । ୮ରୁ ୧୪ ଜୁଲାଇ ମଧ୍ୟରେ ନାମଲେଖା ହେବ । ୨୪ ଜୁଲାଇରେ ପାଠ ପଢା ଆରମ୍ଭ ହେବ । ସୂଚନାଯୋଗ୍ୟ, ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୨୪ରୁ ୱେବ୍ସାଇଟରେ କମନ୍ ଆପ୍ଲିକେଶନ ଫର୍ମ (ସିଏଏଫ୍) ଉପଲବ୍ଧ ହେବ।
