+୨ ତୃତୀୟ ନାମଲେଖା ନେଇ ସାମ୍ସ ୱେବ୍ସାଇଟ୍ରେ ୨୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ୨୭ ତାରିଖ ମଧ୍ୟରେ ଆବେଦନ କରିପାରିବେ ଶିକ୍ଷାର୍ଥୀ । ନଭେମ୍ବର ୧ରେ ମେଧା ତାଲିକା ପ୍ରକାଶ ପାଇବ ।ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ୨ରୁ ୫ ତାରିଖ ମଧ୍ୟରେ ନାମଲେଖାଇ ପାରିବେ ।ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ୭ ଓ ୮ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରିବା ପରେ ସେହିଦିନ ସାଢ଼େ ୪ଟାରେ ଚୂଡ଼ାନ୍ତ ୱେଟିଂ ତାଲିକା ପ୍ରକାଶ ପାଇବ। ୧୧ରୁ ୧୩ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସୂଚନା ଦେଇଛି। ସୂଚନାଯୋଗ୍ୟ, ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ନାମ ଲେଖାଇନାହାନ୍ତି, ସେମାନେ ଆବେଦନ କରିପାରିବେ।