ପରୀକ୍ଷା ହବକୁ ଗଲା +୨ ପରୀକ୍ଷା ପ୍ରଶ୍ନପତ୍ର। କଡ଼ାକଡ଼ି ସୁରକ୍ଷାରେ ଏହି ପ୍ରଶ୍ନପତ୍ରକୁ ହବକୁ ପଠାଯାଇଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଅଧୀନ ହବକୁ ପ୍ରଶ୍ନପତ୍ର ଯାଇଛି। ତେବେ ଚଳିତ ଥର ୨୦୫ଟି ପରୀକ୍ଷା ହବ କରାଯାଇଛି। ଆସନ୍ତା ୧୮ରୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୦ଟି ରୁଟ ଦେଇ ଗଲା ପରୀକ୍ଷା ପ୍ରଶ୍ନପତ୍ର। କଡାକଡି ସୁରକ୍ଷା ବ୍ୟବସ୍ତା ଭିତରେ ପରୀକ୍ଷା ହବକୁ ଗଳା ପ୍ରଶ୍ନ ପତ୍ର। ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ପରୀକ୍ଷା ଦିନ ହବ୍ରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଅନ୍ୟପକ୍ଷରେ ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ । ଏଥିସହ ପ୍ରଶ୍ନପତ୍ର ଲିକ୍ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । କପି ରୋକିବା ନେଇ ଗଠନ ହୋଇଛି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ । ବଡ଼ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ରହିବେ ସ୍କ୍ୱାଡ୍ ।
