ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଗୁରୁତର ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପିପିଲିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ନିମାପଡ଼ାର ଏ ଘଟଣା ସଭ୍ୟ ସମାଜ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାମୁତାବକ, ଛାତ୍ରୀ ଜଣଙ୍କ ଚାଲି ଚାଲି ସାଙ୍ଗ ଘରକୁ ଯିବା ବେଳେ ଏଭଳି କାଣ୍ଡ ଘଟଣା ଥିଲେ ଦୁର୍ବୃତ୍ତମାନେ । ନିଆଁ ଲାଗିବା ପରେ ସ୍ଥାନୀୟ ଲୋକ ଆସି ଯୁବତୀ ଜଣଙ୍କୁ ରକ୍ଷା କରିଥିଲେ । ଏହି ଘଟଣା ପରେ ବଳଙ୍ଗା ବାଇଆବର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ବଳଙ୍ଗା ପୋଲିସର ତଦନ୍ତ ଆରମ୍ଭ କରିଛି ।
