ଯୁକ୍ତ ୨ ପରୀକ୍ଷା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ଏହା ୨୭ ତାରିଖ ପଯ୍ୟନ୍ତ ଚାଲିବ । ଏନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ୩ ଲକ୍ଷ ୯୩ ହଜାର ୬୧୮ ପିଲା ପରୀକ୍ଷା ଦେବେ । ଏଥିପାଇଁ ୧ ହଜାର ୨୭୬ କେନ୍ଦ୍ରରେ ପରୀକ୍ଷା ହେବ । ୨୨ଟି ସିଟିଂରେ ହେବ ପରୀକ୍ଷା । ସିସିଟିଭିଠୁ ଆରମ୍ଭ କରି ପିଲାଙ୍କ ପାଣି ପିଇବା ପଯ୍ୟନ୍ତ ସବୁ ବ୍ୟବସ୍ଥା କରାଯିବ । ପୂର୍ୱାହ୍ନ ୧୦ଟାରୁ ଦିନ ଗୋଟାଏ ଯାଏଁ ପରୀକ୍ଷା ହେବ । ପରୀକ୍ଷା ସରିବାର ୪୫ ଦିନ ଭିତରେ ରେଜଲ୍ଟ ବାହାରିବ । ପରୀକ୍ଷା ପାଇଁ ୫ସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ୩୦ ଜିଲ୍ଲାର ୩୫ ଟି ଜାଗାରେ ସ୍କ୍ୱାଡ ଆଗୁଆ ମୁତୟନ ହେବ । ଗୁଜବକାରୀଙ୍କ ବିରୋଧରେ ହେବ କଡା କାଯ୍ୟାନୁଷ୍ଠାନ । ଏନେଇ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।