ଯୁଦ୍ଧ ଆଶଙ୍କା: ଟେରିଟୋରିଆଲ୍ ଆର୍ମିକୁ ମିଳିଲା ଡାକରା

ପୁଣି ଭାରତ ପାକିସ୍ତାନ ଉପରେ କିଛି ବଡ଼ ପଦକ୍ଷେପ ନେବ ଆଶଙ୍କା ଭିତରେ, ନିଜର ସୁରକ୍ଷାକୁ ପୁରା କଡ଼ାକଡି କରିଛି। ଜଳ, ସ୍ଥଳ, ଆକାଶ ସବୁକୁ ସଜାଗ ରହିବାକୁ ନିର୍ଦ୍ଦେଶ ମିଳିଥିବା ଭିତରେ ଏବେ ଟେରିଟୋରିଆଲ୍ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ସ୍ଥଳସେନା ମୁଖ୍ୟଙ୍କୁ କ୍ଷମତା ଦେଇଛନ୍ତି କେନ୍ଦ୍ର ସରକାର।୩୨ଟି ବାଟାଲିୟନରୁ ୧୪ଟି ଟେରିଟୋରିଆଲ୍‌‌ ଆର୍ମି ବାଟାଲିୟନ ବିଭିନ୍ନ କମାଣ୍ଡରେ ମୁତୟନ ହେବେ ବୋଲି ସୂଚନା ମିଳିଛି।

ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ଟେରିଟୋରିଆଲ୍‌‌ ଆର୍ମିକୁ ଡାକିବା ପାଇଁ କେନ୍ଦ୍ର ସେନା ମୁଖ୍ୟଙ୍କୁ ଦାୟିତ୍ଵ ଦେଇଛି। ନିୟମିତ ସେନାର ଦ୍ୱିତୀୟ ବାହିନୀ ଭାବରେ ଏହାର ଭୂମିକା ପାଇଁ ଜଣାଶୁଣା ଟେରିଟୋରିଆଲ୍‌‌ ଆର୍ମି ଇନଫାଣ୍ଟ୍ରି ବାଟାଲିୟନ ଯବାନ ସାମିଲ ହୋଇଥାନ୍ତି ଯେଉଁମାନେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ସାମରିକ ତାଲିମ ଗ୍ରହଣ କରନ୍ତି।

ଅଧିକ ପଢନ୍ତୁ

Odisha Darpan Digital