ଯୁଦ୍ଧ ପରିସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ କରିଛି ଇଣ୍ଡିଗୋ।

ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଭାବିତ ହେଲା ଆନ୍ତର୍ଜାତୀୟ ବିମାନ ସେବା । ଯୁଦ୍ଧ ସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ ।ଭୁବନେଶ୍ବରରୁ ଆବୁଧାବି ଯାଉଥିବା ୬ଇ ୧୪୪୨ଓ ଆବୁଧାବିରୁ ଭୁବନେଶ୍ୱର ୬ଇ ୧୪୪୧ବିମାନ ଉଡାଣ ବାତିଲ ହୋଇଛି। ଯୁଦ୍ଧ ଯୋଗୁ ଏୟାର ସ୍ପେସ କଟକଣା ଦେଖାଦେଇଛି।ମଧ୍ୟପ୍ରାଚ୍ୟ ସହର ଦୁବାଇ, ଦୋହା, ଆବୁଧାବି, ଜେଦ୍ଦାହ ଏବଂ ଅନ୍ୟାନ୍ୟ ସହରକୁ ଏବଂ ସେଠାରୁ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ସୁରକ୍ଷା ସୁନିଶ୍ଚିତ କରିବା ପରେ ଧିରେ ଧିରେ ବିମାନ ଉଡାଣ କରାଯିବ ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି ।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନ ୧୨ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଆବୁଧାବି ବିମାନସେବା ସେବାର ଶୁଭାରମ୍ଭ କରିଥିଲେ ।

ଅଧିକ ପଢନ୍ତୁ

Odisha Darpan Digital