ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିଛି |ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଇରାନ ସହ ଜଡ଼ିତ ସଂଘର୍ଷ କାରଣରୁ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି, ଯାହାର ସିଧାସଳଖ ପ୍ରଭାବ ଏୟାରଲାଇନ୍ସ କମ୍ପାନୀ ଉପରେ ପଡ଼ିଛି।ଇଣ୍ଡିଗୋ ପକ୍ଷରୁ ଦୂରତା ଅନୁଯାୟୀ ଅଲଗା ଅଲଗା ସରଚାର୍ଜ ସ୍ଥିର କରାଯାଇଛି| ଘରୋଇ ଯାତ୍ରା ପାଇଁ ୪୨୫ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଅନ୍ତର୍ଜାତୀୟ ଯାତ୍ରା ପାଇଁ ୯୦୦ରୁ ୨୩୦୦ ଟଙ୍କା ବଢ଼ିଛି। ମଧ୍ୟପ୍ରାଚ୍ୟ ପାଇଁ ୯୦୦ ଟଙ୍କା ଏବଂ ୟୁରୋପ ପାଇଁ ୨୩୦୦ଟଙ୍କା ବୃଦ୍ଧି ହୋଇଛି। ନୂଆ ଦର ମଧ୍ୟ ରାତିରୁ ଲାଗୁ ହୋଇଛି ।ସୂଚନାଯୋଗ୍ୟ, ଇଣ୍ଡିଗୋ ପାଖରେ ୪୦୦ରୁ ଅଧିକ ବିମାନ ରହିଛି ଏବଂ ଏହା ଦୁନିଆର ୧୩୫ରୁ ଅଧିକ ସ୍ଥାନକୁ ସେବା ଯୋଗାଇ ଦେଉଛି। ୨୦୨୫ ମସିହାରେ କମ୍ପାନୀ ପ୍ରାୟ ୧୨.୪ କୋଟି ଯାତ୍ରୀଙ୍କୁ ସେବା ପ୍ରଦାନ କରିଥିଲା।
