ଯୁଦ୍ଧ ବିରାମ ପରେ ବି ପୁଣି ସାମ୍ବାରେ ଦେଖାଗଲା ଡ୍ରୋନ।

ପାକିସ୍ତାନର ଦୋମୁହାଁ ନୀତି । ଯୁଦ୍ଧ ବିରାମ ପରେ ବି ପୁଣି ସାମ୍ବାରେ ଦେଖାଗଲା ଡ୍ରୋନ। ଭାରତୀୟ ସେନା ପକ୍ଷରୁ ସମସ୍ତ ଡ୍ରୋନକୁ ନଷ୍ଟ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିସାରିବାର କିଛି ଘଣ୍ଟା ପରେ ପଞ୍ଜାବର ଜଳନ୍ଧର ଓ ଜାମ୍ମୁ ସାମ୍ବା ଆକାଶରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ପଞ୍ଜାବର ହୋସିଆରପୁରରେ ୮ଟି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି । ଏହା ପୂର୍ବରୁ ଅମୃତସରର ଜିଲ୍ଲାପାଳ ସାକ୍ଷୀ ସହାଣୀ ସହରରେ ବ୍ଲାକଆଉଟ୍ ଜାରି ହୋଇଥିବା ସ୍ପଷ୍ଟ କରିଥିଲେ । ସେ କହିଛନ୍ତି, ଆକାଶରେ କୌଣସି ସିନ୍ଦିଗ୍ଧ ବସ୍ତୁ ଦେଖିଲେ ପୂର୍ବ ବ୍ଲାକଆଉଟ୍ ଓ ଯୁଦ୍ଧ ସାଇରନ୍ ବାଜିବ ବୋଲି କହିଛନ୍ତି । ଏହି ସମୟରେ ଘରର ଲାଇଟ୍ ବନ୍ଦ କରି କବାଟ ଓ ଝରକା ଠାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ଜିଲ୍ଲାପାଳ । ଭୟଭୀତ ନହୋଇ ସାବଧାନତାର ସହିତ ରହିବାକୁ କୁହାଯାଇଛି । ଅମୃତସରରେ ବ୍ଲାକଆଉଟ୍ ହେବା ପରେ ଅମୃତସର ଯାଉଥିବା ଫ୍ଲାଇଟକୁ ଦିଲ୍ଲୀ ଡାଇଭର୍ଟ କରାଯାଇଛି । ସେହିପରି ଜମ୍ମୁ, ଅମ୍ରିତସର, ଚଣ୍ଡୀଗଡ, ଲେହ, ଶ୍ରୀନଗର ଏବଂ ରାଜକୋଟକୁ ବିମାନ ଚଳାଚଳ ବନ୍ଦ କରିଛି ଇଣ୍ଡିଗୋ ଏୟାରଲାଇନ୍ସ। ଆଜି ଏହି ଗନ୍ତବ୍ୟସ୍ଥଳକୁ ଇଣ୍ଡିଗୋ ଏୟାରଲାଇନ୍ସର କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ସୂଚନା ଜାରି କରାଯାଇଛି । ସେହିପରି ଏୟାର ଇଣ୍ଡିଆ ଏୟାରଲାଇନ୍ସ ମଧ୍ୟ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମ୍ରିତସର, ଭୁଜ୍, ଜାମନଗର, ଚଣ୍ଡୀଗଡ଼ ଏବଂ ରାଜକୋଟକୁ ବି ଆଜି ପାଇଁ ବିମାନ ଚଳାଚଳ ବନ୍ଦ ରଖାଯାଇଛି ।

ଅଧିକ ପଢନ୍ତୁ

kc ads