ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଚିକିତ୍ସାଧିନ ଯୁବକ ଜ୍ୟୋତି କୁମାର ମାଠିଆଙ୍କର ମୃତ୍ୟୁ ହୋଇଛି। ଶନିବାର ଭୋର ୪ଟାରେ ଜ୍ୟୋତିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ନିଆଁ ଲାଗି ପୂରା ଶରୀର ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ରାତି ପ୍ରାୟ ୪ଟାରେ ମୃତ୍ୟ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ ଦେଇଛନ୍ତି ଜ୍ୟୋତିରଞ୍ଜନ । ସମ୍ପତ୍ତି ପାଇଁ ବାପା, ସାବତ ମା ଓ ସାନ ଭାଇ ପେଟ୍ରୋଲ ଢାଳି ଜାଳିଦେଇଥିବା ସେ ଅଭିଯୋଗ କରିଛନ୍ତି । ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ବ୍ୟକ୍ତିଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଛନ୍ତି । ଆଜି ସାବତ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଗତକାଲି ବାପା ଅବସର ପ୍ରାପ୍ତ ପୁଲିସ ଅଧିକାରୀ ସୁରେନ୍ଦ୍ର ମଠିଆ ଓ ସାନ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ୍ ।
