ଯୁବକ ନେଉଥିଲେ ବାର୍ଦ୍ଧକ୍ୟ ଭତ୍ତା,ଟଙ୍କା ଫେରାଇବାକୁ ନୋଟିସ୍

ବିଞ୍ଝାରପୁରରେ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ମାମଲା । ଭତ୍ତା ହାତେଇଥିବା ୮୯୪ ଜଣ ଅଯୋଗ୍ୟଙ୍କୁ ବିଡିଓଙ୍କ ନୋଟିସ୍ । ୨୯ଟି ପଞ୍ଚାୟତର ୮୯୪ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।୧୦ ହଜାର ୫୦୦ ଟଙ୍କା ଲେଖାଏଁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭତ୍ତା ଟଙ୍କା ନ ଫେରାଇଲେ ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ହେବ ବୋଲି ବିଡିଓ ଚେତାବନୀ ଦେଇଛନ୍ତି । ଉପ ଜିଲାପାଳଙ୍କ ଦସ୍ତଖତ ଟାମ୍ପରିଂ କରି ଭତ୍ତା ହାତେଇଥିଲେ। ଭେଣ୍ଡିଆ ଯୁବକ ଓ ନାବାଳକ ହାତେଇଥିଲେ ବାର୍ଦ୍ଧକ୍ୟ ଭତ୍ତା।

ଅଧିକ ପଢନ୍ତୁ