ଯୁବତୀଙ୍କୁ ଅଟୋରେ ଘରେ ଛାଡ଼ିଦେବାକୁ କହି ଗଣଦୁଷ୍କର୍ମ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଆସିଛି ଲଜ୍ଜାଜନକ ଘଟଣା । ଯାହାକୁ ସମସ୍ତଙ୍କ ଚକିତ କରିଦେଇଛି । ଜଣେ ଯୁବତୀଙ୍କୁ ଭଡ଼ା ଘରେ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ଦିନ ମେଡିସିନ କିଣିବାକୁ ବାଲିଗୁଡା ସହରକୁ ଆସିଥିଲେ ଯୁବତୀ । ମେଡିସିନ କିଣି ସାରିବା ପରେ ଯୁବତୀ ଜଣକ ଅଟୋରେ ଯାଉଥିଲେ । ଡ୍ରାଇଭର ଜଣକ ଗାଁକୁ ନେବା ବଦଳରେ ବଳପୂର୍ବକ ଏକ ଭଡ଼ାଘରକୁ ଅପହରଣ କରିନେଇଥିଲା । ପରେ ଅଟୋ ଡ୍ରାଇଭର ଓ ତାର ଦୁଇ ସହଯୋଗୀ ଯୁବତୀଙ୍କୁ ୬ଦିନ ରଖି ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ଘର ପାଖରେ ଥିବା କିଛି ଲୋକଙ୍କୁ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ।ଶେଷରେ ଗତ ୧୭ ତାରିଖ ଦିନ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲା । ପରେ ପରିବାର ଲୋକଙ୍କ ଲିଖିତ ଅଭିଯୋଗ ପରେ ବାଲିଗୁଡ଼ା ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରି ଛାନ୍‌ଭିନ୍ ଆରମ୍ଭ କରିଥିଲା । ମାମଲା ରୁଜୁର ୨୪ ଘଣ୍ଟା ମଧ୍ୟରେ ଅଟୋ ଡ୍ରାଇଭର ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପରେ ସେମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି ପୋଲିସ ।

ଅଧିକ ପଢନ୍ତୁ

kc ads