ସୁନ୍ଦରଗଡରେ ପୁଣି ଘଟିଛି ଅମାନବୀୟ ଘଟଣା। ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ୮ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଥାନାରେ ଜିମା ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ। ଏପରି ଘଟଣା ଘଟିଛି ସୁନ୍ଦରଗଡର ଟାଉନଥାନା ମିଶନରୋଡ ନିକଟରେ। ସୁନ୍ଦରଗଡ଼ରେ ଘଟିଥିବା ଏହି ଅଭାବନୀୟ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଟାଉନ ଥାନା ମିଶନ ରୋଡ ନିକଟ ଅଞ୍ଚଳର ଜଣକ ଘରେ ପଶି ଜଣେ ବଙ୍ଗାଳୀ ମିସ୍ତ୍ରୀ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।ଏହା ଜାଣିବା ପରେ ତାତି ଯାଇଥିଲେ ଏକ ଗୋଷ୍ଠୀର ଲୋକେ । ଅଭିଯୁକ୍ତ ସହିତ ସେହି ଅଞ୍ଚଳରେ କାମ କରୁଥିବା ୮ ଜଣ ମିସ୍ତ୍ରୀଙ୍କୁ ଲଂଗଳା କରି ହାତ ଗୋଡ ବାନ୍ଧି ମାଡ ମାରିଥିଲେ । ଏହାପରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ହାତ ବାନ୍ଧି ରାସ୍ତାରେ ଚଳାଇ ଚଳାଇ ଥାନାକୁ ଆଣିଲେ ।