ଯେଉଁମାନେ ଇଂରାଜି କହୁଛନ୍ତି , ସେମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ- ଅମିତ ଶାହ।

ଭାଷା ବିବାଦ ମଧ୍ୟରେ ଏକ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ ଯେଉଁମାନେ ଇଂରାଜି କହୁଛନ୍ତି , ସେମାନେ ଖୁବ୍ ଶୀଘ୍ର ଲଜ୍ଜିତ ହେବେ।ପୂର୍ବତନ ଆଇଏଏସ ଅଧିକାରୀ ଆଶୁତୋଷ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମୈଁ ବୁନ୍ଦ ସ୍ବୟଂ, ଖୁଦ ସାଗର ହୂଁ’ ଉନ୍ମୋଚନ କରି ଅମିତ ଶାହା କହିଛନ୍ତି, ଭାରତରେ ଖୁବଶୀଘ୍ର ଏପରି ଏକ ସମାଜ ସୃଷ୍ଟି ହେବ। ଏଥିରେ ଇଂରାଜୀ ଭାଷାଭାଷୀମାନେ ନିଜକୁ ଲଜ୍ଜିତ ଅନୁଭବ କରିବା ଆରମ୍ଭ କରିବେ। ଯେଉଁମାନେ ଭାବନ୍ତି ଯେ, ପରିବର୍ତ୍ତନ ଘଟିପାରିବ ନାହିଁ, ସେମାନେ ଭୁଲି ଯାଉଛନ୍ତି ଯେ ପରିବର୍ତ୍ତନ କେବଳ ଦୃଢ଼ ଲୋକଙ୍କ ଦ୍ୱାରା ଅଣାଯାଇପାରିବ। ଆମର ଭାଷାଗୁଡ଼ିକ ଆମ ସଂସ୍କୃତିର ମଣି, ଏବଂ ସେମାନଙ୍କ ବିନା ଆମେ ଭାରତୀୟ ରହିପାରିବୁ ନାହିଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉପସ୍ଥାପିତ ‘ପଞ୍ଚ ପ୍ରାଣ’ (ପାଞ୍ଚଟି ସଂକଳ୍ପ) ବିଷୟରେ ଉଲ୍ଲେଖ କରି ଅମିତ ଶାହା କହିଛନ୍ତି, ଆଜି ଏହା ୧୩୦ କୋଟି ଭାରତୀୟଙ୍କ ସଂକଳ୍ପ ପାଲଟିଛି। ଏକ ବିକଶିତ ଭାରତର ଲକ୍ଷ୍ୟ, ଦାସତ୍ୱର ପ୍ରତ୍ୟେକ ମାନସିକତାରୁ ମୁକ୍ତି, ଆମର ଗୌରବମୟ ଅତୀତରେ ଗର୍ବ, ଏକତା ଏବଂ ଅଖଣ୍ଡତା ପ୍ରତି ସମର୍ପଣ ଏବଂ ନାଗରିକମାନଙ୍କ ମଧ୍ୟରେ କର୍ତ୍ତବ୍ୟବୋଧ – ଏହି ପାଞ୍ଚଟି ପ୍ରତିଜ୍ଞା ସହିତ, ଆମେ ୨୦୪୭ ସୁଦ୍ଧା ବିଶ୍ୱର ଶୀର୍ଷରେ ରହିବୁ। ଆମର ଭାଷା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଅଧିକ ପଢନ୍ତୁ

Odisha Darpan Digital