ରାୟଗଡ଼ ତା ୦୭/୦୩ ଆଜି ରାୟଗଡ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ଏକ ଟିମ୍ ରାୟଗଡ ଜିଲ୍ଲା ସଦରମହକୁମା ବିଭିନ୍ନ ହୋଟେଲ ଓ ଇଞ୍ଜିନିୟରିଂ ୱାର୍କସ ଉପରେ ଚଢ଼ାଉ କରି ବ୍ୟବହୃତ ହେଉଥିବା ଘରୋଇ ରନ୍ଧନ ଗ୍ୟାସ ହାଣ୍ଡି ଜବତ କରିଛି । ସୂଚନା ମୁତାବକ ରାୟଗଡ ଜିଲ୍ଲାରେ କିଛି ହୋଟେଲ ବେଆଇନ ଭାବେ ଘରୋଇ ରନ୍ଧନ ଗ୍ୟାସ ହାଣ୍ଡି ବ୍ୟବହାର କରୁଥିବା ଖବର ପାଇ ଏହି ଚଢ଼ାଉର ନେତୃତ୍ବ ନେଉଥିବା ସହକାରୀ ଯୋଗାଣ ଅଧିକାରୀ ସୁହାଂଶୁ ଭୋଇ। ଏହି ଅବସରରେ ଚଢ଼ାଉ ସମୟରେ ଗ୍ରାଣ୍ଡ ଡିଲେଟ ରେଷ୍ଟୁରାଣ୍ଟରୁ ୫ଟି, ହୋଟେଲ୍ ଅମ୍ବିକାରୁ ୨ଟି, ନବିନ ହୋଟେଲରୁ ୨ଟି, ହୋଟେଲ ଜୟ ହନୁମାନରୁ ୫ଟି , ହୋଟେଲ୍ ସନ୍ତୋଷି ରୁ ୨ଟି, ହର୍ଶ ଅଗ୍ରୋ ଇଞ୍ଜିନିୟରିଂ ରୁ ୨ଟି, ସାଇବାବା ଇଞ୍ଜିନିୟରିଂ ରୁ ୨ଟି ଘରୋଇ ରନ୍ଧନ ଗ୍ୟାସ ହାଣ୍ଡି ନିଜର ବ୍ୟବସାୟୀକ ପ୍ରତିଷ୍ଠାନରେ ବେଆଇନ ଭାବେ ବ୍ୟବହାର କରୁଥିବା ବେଳେ ଜବତ୍ କରାଯାଇଥିବା । ଏହି ଚଢ଼ାଉ ବେଳେ ଶ୍ରୀ ଭୋଇଙ୍କ ସହ ରାୟଗଡ଼ା ଗୋଷ୍ଠି ଯୋଗାଣ ଅଧିକାରି ପ୍ରଭଞ୍ଜନ ମହାନ୍ତି, ମାନସ ରଞ୍ଜନ ସୁନା, କୋଲନରା ଯୋଗାଣ ଅଧିକାରୀ ଅନିଲ ଗମାଙ୍ଗ,ରାୟଗଡ ଯୋଗାଣ ଅଧିକାରୀ ମହେନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତ ଥିଲେ। ଉପରୋକ୍ତ ବେସରକାରୀ ବ୍ୟବସାୟୀକ ଅନୁଷ୍ଠାନ ଗୁଡିକରୁ ବେଆଇନ ଭାବେ ବ୍ୟବହାର କରୁଥିବା ୧୯ଟି ଘରୋଇ ରନ୍ଧନ ଗ୍ୟାସ ହାଣ୍ଡି ଜବତ କରି ସିଜ୍ କରାଯାଇଥିବା ବେଳେ ଉକ୍ତ ଅନୁଷ୍ଠାନର ମାଲିକ ମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।
