ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ବୁଧବାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଯୋଗ୍ୟ ହିତାଧିକାରୀ ନିଶ୍ଚିତ ସୁଭଦ୍ରା ଯୋଜନାର ସହାୟତା ରାଶି ପାଇବେ। ଆହୁରି କହିଛନ୍ତି, କାହିଁକି ବଞ୍ଚିତ ହେଲେ ତାହାର ତର୍ଜମା ଚାଲିଛି । ଯୋଗ୍ୟ ହୋଇଥିଲେ ଏକା ଥରକେ ଦୁଇଟି କିସ୍ତି ସୁଭଦ୍ରା ଟଙ୍କା ପାଇବେ । ସୂଚନା ଥାଉକି, ଆଜି ସୁଭଦ୍ରା ସମୀକ୍ଷା ବୈଠକ ଚାଲିଛି । ବାଦ ପଡିଥିବା ହିତାଧ୍‌କାରୀଙ୍କୁ ସାମିଲ ନେଇ ହେବ ଆଲୋଚନା ।ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇଥିଲା। ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ମଧ୍ୟ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି। ଧାନ ବିକ୍ରି ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital