ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ ମାମଲାରେ ୨ ଡକାୟତ ଗିରଫ

ଯୋଡ଼ାରୁ ବ୍ୟାଙ୍କ ଲୁଟ, ଧାନବାଦରୁ ଗିରଫ । ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ୍ ମାମଲାରେ ୨ ଡକାୟତ ଗିରଫ ହୋଇଛନ୍ତି । ତେବେ ବ୍ୟାଙ୍କ ଲୁଟ କରି ସୀମା ପାର ହୋଇ ଝାଡ଼ଖଣ୍ଡ ପଳାଇଯାଇଥିଲେ ଦୁର୍ବୃତ୍ତ । ସେମାନଙ୍କୁ ଧରିବା ପାଇଁ କେନ୍ଦୁଝର ଅତିରିକ୍ତ ପୋଲିସ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ଓଡ଼ିଶା ପୋଲିସ ଝାଡ଼ଖଣ୍ଡର ଧନବାଦରେ ପହଞ୍ଚିଥିଲା । ଧନବାଦ ପୋଲିସର ସହାୟତାରେ, ନିରସା ଏବଂ ସିନ୍ଦ୍ରି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ।ଅଭିଯୁକ୍ତଙ୍କ ଠାରୁ ୨୮୮ ଗ୍ରାମ୍‌ ସୁନା, ୨ଟି ସ୍କର୍ପିଓ, ୪ଟି ମୋବାଇଲ୍ ଜବତ ହୋଇଛି । ଏବେ ବି ମାମଲାର ତଦନ୍ତ ଜାରି ରହିଛି । ଗତ ୧୯ ତାରିଖରେ ବଡ଼ବିଲରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲକରରୁ ୬ କେଜି ଓଜନ ୫ କୋଟି ଟଙ୍କା ମୂଲ୍ୟର ସୁନାଗହଣା ଓ ୮ ଲକ୍ଷ ନଗଦ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ୩ଟି ବାଇକରେ ଆସି ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟପାଟ୍ କରି ଫେରାର ମାରିଥିଲେ।

ଅଧିକ ପଢନ୍ତୁ