ପୁଲିସକୁ ପ୍ରେମ କଲା ପୁଲିସ, ପୁଣି ପୁଲିସକୁ ବାନ୍ଧିଲା ପୁଲିସ ଆଉ ଆଜି ପୁଲିସକୁ ନିଲମ୍ବନ କଲା ପୁଲିସ। ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ତପନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ହୋମଗାର୍ଡ।୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ତପନ ନାହାକ ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡିତା ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଆଇଆଇସି ଜଣଙ୍କ ଲୁଚି ବାହାରକୁ ପଳାଇଯାଇଥିଲେ।ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।
