ରକ୍ତ ରଞ୍ଜିତ ହେଲା ମାଣିକେଶ୍ୱରୀଙ୍କ ପୀଠ, ପଡ଼ିଲା ୧୦ ହଜାର ପଶୁବଳି

କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। ଜେନାଖାଲ ରେ ସମ୍ପୂର୍ଣ୍ଣ ଗୁପ୍ତବିଧୂରେ ପୂଜାର୍ଚ୍ଚନା ପରେ ଭୋର ୫.୪୦ ରେ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ବାହାରିଥିଲା। ରମ୍ପରା ଅନୁଯାୟୀ ଆଜି ନବରାତ୍ର ସମେତ ମାଙ୍କ ଷୋଡ଼ଶଦିନାତ୍ମକ ଅଷ୍ଟମୀରେ ମା‘ଙ୍କ ନିକଟରେ ୧୦ ହଜାର ପଶୁବଳି ଦେଇଛନ୍ତି ମାନସିକଧାରୀ । ଫଳରେ ରକ୍ତ ରଞ୍ଜିତ ହୋଇଛି ମା’ଙ୍କ ପୀଠ । ଆଜି ସକାଳୁ ସକାଳୁ ମାଣିକେଶ୍ଵରୀଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । କିଏ ଛେଳି ନେଇ ମା’ଙ୍କ ମନ୍ଦିରରେ ପହଞ୍ଚିଥିଲା ତ ପୁଣି ଆଉ କିଏ ଧୂପଦୀପ ଦେଇ ମା’ଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ବିଶ୍ବାସ ରହିଛି ମାନଙ୍କ ନିକଟରେ ମାନସିକ କଲେ ତାହା ପୂରଣ ହୋଇଥାଏ । ଆଉ ସେହି ମାନସିକ ପୂରଣ ପରେ ଭକ୍ତ ମାନେ ଶାନ୍ତି ଓ ମୈତ୍ରିର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡାଇଛନ୍ତି ।

ଅଧିକ ପଢନ୍ତୁ

kc ads