ରଙ୍ଗିଲା ବାବାର ଡବଲ ଆଧାର କାର୍ଡ ଥିବା ଖୁଲାସା

ଢେଙ୍କାନାଳ ଜିଲ୍ଲାର ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ପରେ ବିବାଦରେ ଫସିଥିଲା ବାବା କୈବଲ୍ୟ ଜାନୀ । ଯୁବତୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ଶନିବାର ଅପରାହ୍ନରେ ଆଶ୍ରମରେ ପୂଜା କରୁଥିବା ବେଳେ ବାବାକୁ ଢେଙ୍କାନାଳ ପୁଲିସ୍‌ ଉଠାଇ ପଚରାଉଚରା କରୁଛି। ହେଲେ ଆଶ୍ରମରୁ ଯୁବତୀଙ୍କୁ ପାଇନଥିଲା।

ଶେଷରେ ସେହିଦିନ ବିଳମ୍ୱିତ ରାତିରେ ଢେଙ୍କାନାଳ ପୁଲିସ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ଉ କରି ଯୁବତୀଙ୍କୁ ଉଦ୍ଧାର କରିଛି।ଏବେ ଧିରେ ଧିରେ ଖୋଲୁଛି ରଙ୍ଗିଲା ବାବା କୈବଲ୍ୟ ଯାନୀର ମୁଖା । ଆପତ୍ତିଜନକ ଫଟୋ, ଡ୍ୟାନ୍ସ ଭିଡିଓ ଭାଇରାଲ ପରେ ଏବେ ବାବାର ଆଉ ଏକ ଗୁମର ଖୋଲିଛି । ଯେଉଁଥିରେ ବାବାର ୨ଟି ଆଧାର କାର୍ଡ ଥିବା ଖୁଲାସା ହୋଇଛି । ରଙ୍ଗିଲା ବାବାର ପ୍ରକୃତ ନାଁ ଗୁରୁଦତ୍ତ ପଟ୍ଟନାୟକ । ଘର ଖୋର୍ଦ୍ଧା କେରଙ୍ଗ । ପୋଲିସ ୨ଟି ଆଧାର କାର୍ଡ ଜବତ କରିବା ସହ ବାବା ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital