ରଜପର୍ବ ପାଇଁ ଆସନ୍ତା ସୋମବାର ନନ୍ଦନକାନନ ଖୋଲା ରହିବ।

ପ୍ରତ୍ୟେକ ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଆସନ୍ତା ସୋମବାର ୧୬ ତାରିଖ ନନ୍ଦନକାନନ ଖୋଲା ରହିବ। ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ତେବେ ସୋମବାର ପରିବର୍ତ୍ତେ ମଙ୍ଗଳବାର ଅର୍ଥାତ୍ ୧୭ ତାରିଖ ଦିନ ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ। କାରଣ ଓଡ଼ିଶାର ଗଣପର୍ବ ରଜ ୧୪ ତାରିଖ ଠାରୁ ଆରମ୍ଭ ହେଉଛି । ୧୬ ତାରିଖ ସୋମବାର ଶେଷ ରଜ ଓ ରଜ ସଂକ୍ରାନ୍ତି। ରଜ ୩ ଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ।

ଅଧିକ ପଢନ୍ତୁ

kc ads