ରଜରେ ଘୋଷଣା ହୋଇପାରେ ନୂଆ ଏନଏସି । ୧୨ ରୁ ଅଧିକ ନୂଆ ଏନଏସି ଘୋଷଣା କରି ପାରନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ଦିନେ ଦୁଇ ଦିନ ଭିତରେ ଏନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସସି ଘୋଷଣା ହେବ । ତେବେ ତାଲିକାରେ ଥିବା କିଛି ଏନଏସସି ଯଥା ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ । ସ୍ଥାନୀୟ ଦାବୀ ଅଞ୍ଚଳ ଦାବୀ ପରେ ନଗର ଉନ୍ନୟନ ବିଭାଗ ଏ ତାଲିକାକୁ ପଞ୍ଚାୟତିରାଜ ବିଭାଗର ଆବଶ୍ୟକୀୟ ମଞ୍ଜୁରୀ ପାଇଁ ପଠାଇଥିଲେ ।କେବଳ ଏତିକି ନୁହେଁ ତାଲିକାଭୁକ୍ତ ହୋଇଥିବା ଏନଏସି ଗୁଡିକୁ ମୁନସିପାଲିଟୀ କରିବା ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଛି । ଭଞ୍ଜନଗର ଓ ପୋଲସରା ଏନଏସିକୁ ମୁନସିପାଲିଟୀ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି ।
