ରତ୍ନଭଣ୍ଡାର କାର୍ଯ୍ୟ ବର୍ତ୍ତମାନ ୪ ଦିନ ବନ୍ଦ ରହିବ ।

ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି।ଏ ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀ ପଞ୍ଚମୀ, ବନକଲାଗି ଆଦି ବିଶେଷ ନୀତି ଯୋଗୁଁ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସ୍ଥଗିତ ରହିବ । ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ମରାମତି କାମ ଚାଲୁ ରହିବ।ସୂଚନାଯୋଗ୍ୟ ଏଏସ୍‌ଆଇ ପୁଣିଥରେ ଗତ ୨୭ ତାରିଖଠାରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିଥିଲା। ଶ୍ରୀମନ୍ଦିର ପ୍ରଶାସନ ଚିଠିକ୍ରମେ ଗତ ଜାନୁଆରି ୨୬ ପର୍ଯ୍ୟନ୍ତ ଏଏସ୍‌ଆଇ ରତ୍ନଭଣ୍ଡାର ମରାମତି କାମ ବନ୍ଦ ରଖିଥିଲା।

ଅଧିକ ପଢନ୍ତୁ

Odisha Darpan Digital