ରତ୍ନଭଣ୍ଡାର ଗଣତିମଣତି ପାଇଁ ୨ ଜଣ ଏକ୍ସପର୍ଟଙ୍କ ନାମ ଦେଇଛନ୍ତି RBI – ଆଇନ ମନ୍ତ୍ରୀ

ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା। ସେ କହିଛନ୍ତି, ୨ ଜଣ ଏକ୍ସପର୍ଟ ଦେବା ପାଇଁ ସରକାର ଆରବିଆଇକୁ ଚିଠି ଲେଖିଥିଲେ। ଆରବିଆଇ ମଧ୍ୟ ୨ ଜଣ ଏକ୍ସପର୍ଟଙ୍କ ନାମ ଦେଇଛନ୍ତି।ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। କମିଟି ଅନୁମତିରେ ରତ୍ନ ସବୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ।

ସେ ପ୍ରକ୍ରିୟା ସରିବା ପରେ RBI ଅଧିକାରୀଙ୍କୁ ତାରିଖ ଜଣାଯିବ। ଏହାପରେ ଏକ୍ସପର୍ଟ ଆସି ଗଣତିମଣତି କରିବେ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ। ସୂଚନାମୁତାବକ ୨୦୨୪ ଜୁଲାଇ ୧୪ ରୁ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଥିଲା। ୧୭ ଡିସେମ୍ବର ୨୦୨୪ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ୬ ମାସ ଧରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିଲା। ମହାପ୍ରଭୁଙ୍କ ବିଭନ୍ନ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ମରାମତି କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଏବେ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital