ରତ୍ନଭଣ୍ଡାର ଗଣତିମଣତି ପାଇଁ ଶୀଘ୍ର ଆସିବ SOP; ସବୁ ଅଳଙ୍କାରର ଡିଜିଟାଲାଇଜେସନ୍ ହେବ

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାର ଗଣତିମଣତି ପାଇଁ ଖୁବଶୀଘ୍ର ମାର୍ଗଦର୍ଶିକା ଆସିବ। ସବୁ ଅଳଙ୍କାରର ଡିଜିଟାଲାଇଜେସନ୍ ପାଇଁ ଯୋଜନା କରାଯାଇଛି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ପାଇଁ ଅଢେଇରୁ ତିନି ମାସ ଲାଗିବ। ଏଥି ସହିତ ୧୯୭୮ର ଗଣତି ସହ ଅଳଙ୍କରକୁ ମେଳ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ । ଅକ୍ଷୟ ତୃତୀୟା ପୂର୍ବରୁ ଗଣତିମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ଵ ଦିଆଯାଇଛି ।ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ମାମଲା ହାଇକୋର୍ଟରେ ଅଛି । ରୂପା ଇଟା କିଭଳି ମହାପ୍ରଭୁଙ୍କ ଅଧିନକୁ ଆସିବ ସେ ନେଇ ଆଲୋଚନା ଚାଲିଛି । ନିୟମ ଅନୁସାରେ, ରୂପା ଇଟା ଅଣାଯିବା ପାଇଁ ପ୍ରକ୍ରିୟା କରିବ ଶ୍ରୀମନ୍ଦିର ପ୍ରଶାସନ ।ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତିମଣତି ନେଇ ଆଲୋଚନା ହୋଇଥିଲା ।

ଅଧିକ ପଢନ୍ତୁ

Odisha Darpan Digital