ରତ୍ନଭଣ୍ଡାର ଗଣତି ମଣତି ପାଇଁ ସରକାର ତତ୍ପର : ଆଇନମନ୍ତ୍ରୀ

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକ ପରେ ସ୍ପଷ୍ଟତା ଆସିବା ନେଇ ଆଇନ ମନ୍ତ୍ରୀ କହିଛନ୍ତି, ନୂଆ ଏସଓପି ବାବଦରେ ମ୍ୟାନେଜିଂ କମିଟି ଆପ୍ରୁଭ କରିବା ପରେ ସରକାରଙ୍କ ନିକଟକୁ ପଠା ସରିଛି । ବର୍ତ୍ତମାନ ଏ ବିଷୟରେ ଏକ ବିଶେଷ ବିବରଣୀ ଆଲୋଚନା କରାଯିବ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ସମୀକ୍ଷା ବୈଠକ ପରେ ତାରିଖ ବାବଦରେ ସ୍ପଷ୍ଟତା ଆସିଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ତେବେ ରତ୍ନ ଅଳଙ୍କାର ଗଣତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିବା ରତ୍ନଭଣ୍ଡାରର ଗଣତି, ମଣତିଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାବଳୀ ବାବଦରେ ସ୍ପଷ୍ଟ ନୀତି ଆସିବ ।

ଅଧିକ ପଢନ୍ତୁ